top of page

କୁକୁମ୍ବର: ସୁପର ଫୁଟସ ଖେତକୁ ଯାତ୍ରା।

  • Mar 19
  • 4 min read

ଇଛା ବଢୁଥାଏ। କିପରି କୁକୁମ୍ବର ଖେତକୁ ବୁଲିଯିବି! ଆସିକା ତହସିଲ,ବାବନପୁର; ଏକ ରାଜସ୍ବ ଗାଁ ,ଏକକ ପଂଚାୟତ! ବଡ଼ସାହି ବାସଭବନରୁ ତଳସାହି,ପରେ ବାଲିଦଣ୍ଡା ଉଭୟ ପାର୍ଶ୍ୱରେ ତେନ୍ତୁଳି,କାକପୋଇ ,ଜାମୁ କୋଳି ବୃକ୍ଷ। ଧାନଖଳା ଡ଼ାହାଣ ପାର୍ଶ୍ୱରେ କେଉଁ କାଳରୁ ଚିହ୍ନଟ; ଧାନ ମାଣ୍ଡିଆ ,ମୁଗ ,ବିରି, ରାଶି ଆଦିର ନିରାପଦ ପେଣ୍ଠସ୍ଥଳୀ ଦେଖିଲି । ଶସ୍ୟ ଖେତ ୧ କିଲୋମିଟର ଦୂର। ସୁନଗାଡ଼ି ମୋ ହାତରେ। ତା’ଠୁ ବଳି ପଡ଼ିଲେ ସକାଳୁଆ ପାଦ ଚଲାରେ ଭରସା। ବଂଶୀ ଭାଇ,ବିଶୁ ମଉସା , ବସନ୍ତ ଆଦର୍ଶ କୃଷକ ବିଲକୁ ଯାଉଥିଲେ।

ଲଙ୍ଗଳ ଇଷ ଘୋଷରା ଶବଦ ଗୋଡ଼ ଗୋଡ଼ ଟେକେ ଟେକେ ଆଭାସରେ ଯୋଚା ବଳଦ ହଳ ଶୃଙ୍ଖଳିତ ମାର୍ଗରେ ବଢୁଥାନ୍ନ୍ତି। ତିନି ଫୁଟିଆ ସରୁ ବାଉଁଶ ବାଡ଼ି ଗୌଡ଼ ନନା ଧରିଥାନ୍ତି। ଘୋଡ଼ା ପାଇଁ ଯେମିତ ଚାବୁକ, ହାତୀ ପାଇଁ ମାହୁନ୍ତର ଅଙ୍କୁଶ ଥାଏ              

👉ଗାଁ ମନ୍ଦିର ଘଣ୍ଟ ଘଣ୍ଟି ଶୁଭୁ ଥାଏ। ପୂଜାରୀ ନନାଙ୍କ ମନ୍ତ୍ର ଉଚ୍ଚାରଣ କ୍ଷୀଣ ସ୍ୱରରେ ମୋ କାନରେ ପଡୁଥାଏ। ପାହାନ୍ତି ଆକାଶରେ ସୂର୍ଯ୍ୟ! ସୁତା ବ୍ୟାଗ ହ୍ୟାଣ୍ଡଲରେ ଝୁଲୁଥାଏ। ବାହୁଡାଣିରେ କୁକୁମ୍ବର ପାଇଁ ବୋଉ କାନ କାନରେ କହିଥିଲେ। ନନାଙ୍କ ପୁରୁଣା ହିରୋ ସାଇକେଲ; ପେଡ଼ାଲ ପରେ ପେଡ଼ାଲ ଟିନିଟିନି ବେଳ ଶବଦ। "ସଡକ ସୁରକ୍ଷା ଜୀବନରକ୍ଷା"ସପ୍ତାହ ପାଳନରେ ପାଠ ପଢୁଆ ପୁଅ ଝିଅ କଣ୍ଠ ଫଟାଇ ଗାଁ ଦାଣ୍ଡରେ ସ୍ଲୋଗାନ ଶୁଣିଥିଲି। ଅସାବଧାନରୁ କାଳେ ବିପଦ ପଡ଼ିଯିବ!

ପଞ୍ଚୁ ବୋଉ, ଜେନା ମାଉସୀ, ପାଟ ନାନୀ,କମଳା ଭାଉଜ ଜଳ ପାଇଁ ଭଲରେ ଶାଢ଼ୀ ପିନ୍ଧି ଲମ୍ବା ଧାଡ଼ିରେ। ପିତଳ, ରସ, ଷ୍ଟିଲ, ହାଣ୍ଡି ମାଠିଆ ଯୋଡ଼ା। ଗାଁ ଚତରା ପୁଷ୍କରଣୀ ଏକ ମାତ୍ର ଭରଷା; ମୁନିନାଳ କୂଅ ଅବା ଗୌଡ଼ କୂଅ

👉ମଇଁଷି, ପୋଢ ଓ ବଳଦ ଗାଧୁଆ ପାଧୁଆ ପାଇଁ ପିଲି ଚତରା; ଗାଁ ମଣ୍ଡପରେ ନିଷ୍ପତି। କୂଳରେ ବୁଦା ବୁଦା ଘାସକୁ ଟାଣି ଖାଉଥିଲେ। "ହହ ହରେ" ଶବ୍ଦଟିରେ ବଳଦ ଓ ମଇଁଷି ବୁଝିଲେ। ଗୃହ ପାଳିତ ପଶୁ ପାଇଁ ଅଭିନବ ଶବ୍ଦ ପ୍ରଯୋଗ ଗାଁ’ରେ କେଉଁ ଯୁଗରୁ ପ୍ରଚଳିତ। ସହରୀ ବୁଝିବା କଷ୍ଟକର! ଇଟା ବୋଝେଇ ଟ୍ରକ ଓ.ଆର.ଜି ୨୦୪୩ ଗର୍ଜ୍ଜନରେ ଅପ୍ରମିତ ଧୂଳିକଣା। ବାୟୁ ପ୍ରଦୂଷଣର ମୂଳରେ ନା’ଖୁସ ଥିଲି । ଅଧାରାସ୍ତା ଅତିକ୍ରମ କରିଥାଏ। ଯା’ଆସ ବାଲିଦଣ୍ଡା ଠପ। ସରହ୍ରଦ ଦକ୍ଷିଣ କୂଳରେ ସାଇକେଲକୁ ବିଶ୍ରାମ ଦେଲି।

👉ଖେତ ମୁହଁ। କଂକ୍ରିଟ ବନ୍ଧ ଡିଆଁ ପାଦ ଚଳାର ଯାତ୍ରା! କଳା ରଂଗର ଚିକିଟା ମାଟି! ଦୁଇପଟେ ଦୁବ ଘାସ ଗାଲିଚା ସମ୍ଭାର! ନନା କହୁଥିଲେ; ସତର୍କରେ ଦିଲୀପ ଯିବୁ! ଶସ୍ୟ ଖେତକୁ ଯିବା ମୋ ପାଇଁ ଏକ ଦୁର୍ଲଭ! ପଥକୁ ଧ୍ୟାନ ଦେଲି। ଘଣ୍ଟାକୁ ଗତି କେତେ କିଲୋମିଟର ମାଲୂମ ନଥିଲା! ପୁଞ୍ଜାପୁଞ୍ଜା ପାଣିକୁଆ ଜଳରେ ବୁଡୁଥିଲେ ପୁଣି ଉପରକୁ। ଚକଡ଼ା ଚକଡ଼ା ସବୁଜ ଦଳ କଇଁପତ୍ର ଭାସମାନ ମୁଦ୍ରାରେ ସୂର୍ଯ୍ୟର ସ୍ୱର୍ଣ୍ଣିମ ଆଲୋକରେ ଝଲସି ଉଠୁଥାଏ। ଆହାଃ କି  ଦୃଶ୍ୟ! ଖଣ୍ଡେ ଦୂରରେ “ସେ ପୋଲା ବରଗଛ ପଡିବ! ତାପରେ ଆମ କୁକୁମ୍ବର ଖେତ! ଉତକଂଠା ଥାଏ। କୁକୁମ୍ବର ଲତାରେ ଫଳ ଥିବକି ନଥିବା! କଳ୍ପନା ଜଳ୍ପନା ମନ ଭିତରକୁ ଧସି ପଶି ଆସୁଥଏ। ସତକୁ ସତ କେଇ ମିନଟରେ ପହଞ୍ଚି ଗଲି। ପୋଲା ବରଗଛ ମୂଳେ କୋଦାଳ,ଖୁସୁଣୀ କୃଷି ସରଞ୍ଜାମ ଓ ଚପଲ ଜମା ହୋଇଥାଏ।

👉ପୂର୍ବ ଦିଗରେ ସରହ୍ରଦ ତା' ନାମ। ଛୋଟ ହ୍ରଦ ଏକମାତ୍ର କଣ୍ଟିଆଳି ଫସଲର ଭାଗ୍ୟ ବିଧାତା। ଉତ୍ତର ପୂର୍ବ ଦିଗରେ ଗଡ଼ଗଡ଼ା ପର୍ବତ ଓ ପଶ୍ଚିମରେ ବଡ଼ ନଈ ପ୍ରବାହିତ କିନ୍ତୁ ବହୁଦିନ ଶୁଖିଲା ପଡ଼େ। ୫ ଜଣ କ୍ଷେତରେ! ପୁରୁଷ ୪ ଓ ରମଣୀ ଏକ ଦାରାନ୍ଦୁ ଥିଲେ। ମୁଁ ନିକଟକୁ ଯିବା ପାଇଁ ପ୍ରୟାସ କଲି। ଯାହା ଦେଖିଲି ମୁଁ ଛାନିଆ ପଡିଲି! ଢେଉ ଢେଉ ମାଟି ହୁଡ଼ା ମଧ୍ୟରେ କୁକୁମ୍ବର ଗାଲିଚା! ଅତି ପରିଚିତ ଭାଗଚାଷୀ! କୋଟିବାଡ଼ି ଗାଁ ଜେନା ବାପା ଓ ପଥରା ଗାଁର ମହେଶ୍ୱର ଗୌଡ, ଆସିକା ବେପାରୀ ସାହାଯ୍ୟ କରୁଥିଲେ। ଚଷା ଦୁହେଁ ଭାରି ଚାଲାକ! ସୂର୍ଯ୍ୟଙ୍କ ଉତ୍ତାପରୁ ବର୍ତ୍ତିବ ପାଇଁ ତଲାରୀ ମୁଣ୍ଡେଇ ଥିଲେ। ଶସ୍ୟ ଖେତକୁ ଗେରୁଆ ରଙ୍ଗ ଖୁବ ଆକର୍ଷିତ କରୁଥିଲା!

👉ସହମତିରେ ଚାଷ ଚାଲିଥାଏ। ୫୦ ପ୍ରତିଶତ ଉଭୟଙ୍କ ମଧ୍ୟରେ ବଣ୍ଟନ ହେଉଥାଏ। ୨ ଏକର ଜମି ଗୋଟିଏ କିଆରୀ! ଜଳର ବିକଳ୍ପ ପାଇଁ ଭୂତଳ ଜଳ ହୁଣ୍ଡା କିରୋସିନି ପମ୍ପ ପଶ୍ଚିମ ହୁଡାରେ ସଂଯୋଗ ହୋଇଥାଏ। ଦକ୍ଷିଣ କୋଣରେ ଗଉଣି ବିଲରେ ଚକା କିସମର ତରୁ, କଲରା ଭାଡ଼ିରେ ହୁହୁ ଡଙ୍କ। କଣ୍ଟିଆଳି ତୋଳି ପ୍ରଥମେ ଝୁଡ଼ିରେ ବୋହୁଥିଲେ। ଖେତ ମଧ୍ୟ ଭାଗରେ ପାଳଭୁତ (ନକଲି ମଣିଷ ଛବି) ବାଉଁଶ ସ୍ତମ୍ବରେ ଝଟକିଥାଏ। ଗଡ଼ଗଡ଼ା ପାହାଡ଼ ମାଙ୍କଡ଼ ଦୂରେଇବା ପାଇଁ ହୁବୁକା! ନକଲି ଜଗୁଆଳୀ କାହାଣୀ। 💀 ପାଳଭୁତ ମନରୁ ପୋଛି ହୋଇନଥିଲା।

👉ଜେଜେ କହୁଥିଲେ;ମାର୍ଗଶିର ଗୁରୁବାର ; ଇଟିଲି ଘାଣ୍ଟ ତରକାରୀ ;ଘୋଟଣା ସହାୟକ ଭଗବାନ ଗୌଡ଼ ଖେତକୁ ନେଇଥିଲେ। ପୋଲା ବରଗଛ ବାହୁରେ ଝୁଲାଇ ଥିଲେ। ଖେତରେ ହଳ ସୂର୍ଯ୍ୟ ମୁଣ୍ଡ ଉପରେ। ପୋଢ଼ ନାକରୁ ଫେଣ ନିର୍ଗତ ହେଉଥାଏ। କାର୍ଯ୍ୟ ଶାନ୍ତ ମୁଦ୍ରାରେ। ଧୁଆ ଧୋଇ ହୋଇ ପୋଲା ବରଗଛ ହୁଡ଼ା ଉପରକୁ ଉଠିଲେ।

ଗୌଡ଼ ଘୋଟଣା ବୁଜୁଳା ଖୋଲିଲେ। ଇଟିଲି ପିଠା ନା ତରକାରୀ! କିଏ ଖାଇଲା! କିଏ ଖାଇଲା!  ବୁଜୁଳା ପୂର୍ବପରି! ଜେଜେ କହିଲେ,ଏଠି ଖଣ୍ଡିଆ ଭୁତ ପୋଲା ବର ଗଛ କୋରଡ଼ରେ ରହେ, ସେ ସବୁ ଗିଳିଛି!

👉ପେଟରେ ପେଟ ଭୋକ ଉପାୟ ସନ୍ଧାନରେ! ସରହ୍ରଦ ଜଳରାଶି ଏକ ମାତ୍ର ବିକଳ୍ପ! ଅଧା କିଲୋମିଟର ଦୂରରେ କୋଟିବାଡି ଗାଁ ପାତ୍ର ତେଜରାତି ଦୋକାନ ମଝିରେ ଗଣ୍ଡତୋଟା ପଡେ! ଗଲା ବନ୍ୟାର ବାଲିସ୍ତୁପ ମୁକ ସାକ୍ଷୀ! ଉଦୁଉଦିଆ ବେଳେଟାରେ ଚୁଡ଼ାଗୁଡ଼ ଚକଟାରେ ଭୋକରୁ ମୁକ୍ତି ପାଇଲେ। ବରଗଛକୁ ମୁଁ ତ ଦେଖିଲି! ମନରେ ପିଳେହି ପାଣି! ରୁମ ଟାଙ୍କୁରୀ ଉଠୁଥିଲା। କାହାଣୀଟି ଯେମିତି ଆଜି ଘଟିଛି। ଭାବୁ ଭାବୁ କୁକୁମ୍ବର ତୋଳା ସରିଥାଏ ।

👉ବସନ୍ତ ଋତୁ ଶେଷ ପର୍ଯ୍ୟାୟରେ କଣ୍ଟିଆଳି ଆକୃତି ସିଲିଣ୍ଡର ପରି ମୋଟେଇ ୨ ରୁ ୪ ଇଞ୍ଚ ଏବଂ ଲମ୍ବା ୪ ଇଞ୍ଚରୁ ୮ ଇଂଚ ନୀଳ ରଙ୍ଗର ମୁଣ୍ଡି! ମୁଁ ପ୍ରଦକ୍ଷିଣ କରୁଥିଲି! ୯୦ ଦିନିଆ ଫସଲ ଲାଭଜନକ! ଗାଁର କୃଷକ ସାଥି ମନୋଜ ବାବୁ କହୁଥିଲେ; ମାଟିର ପି.ହେଚ. ମୂଲ୍ୟ ୬ ରୁ ୭ ଓ ଉତ୍ତାପ ମାତ୍ର ୨୫ ରୁ ୩୫ ଡିଗ୍ରୀ ଉତ୍ତମ। କୋଡା, ଖୁସା, ନାଇଟ୍ରୋଜେନ, ଫସ ଫରସ ଓ ପୋଟାସୟିଏମ ୩:୪:୫ଅନୁପାତରେ ପ୍ରୟୋଗକଲେ ଉତ୍ପାଦନ ପରିମାଣ ବଢିବ।

ଗୌଡ଼ ଚାଷୀ କହିଲେ ; ବାପ ପାଣିଫଳ ଫସଲ ଭଲ ଅଛି। ତୁମେ ଟିକିଏ ଧ୍ୟାନ ଦେଲେ ସବୁ ସମାଧାନ ସମ୍ଭବ। ବୁଢା ସାହୁକାର ଆସୁଥିଲେ; ଏବେ ତାଙ୍କ କଥା ନିଆରା।  ସମର୍ଥନରେ ମୁଣ୍ଡଟିକୁ ହଲେଇଲି।

👉ହିଡ଼ ଚତୃପାର୍ଶ୍ୱ ଖେତ ପ୍ରଦକ୍ଷିଣ କରୁଥାଏ। ବିଲ କଙ୍କଡ଼ା , ଗେଣ୍ଡା ଶଙ୍ଖପରି ଆକାର ଦେଖିଲି। ଜନ୍ଦା ଓ ରଙ୍ଗ ପିମ୍ପଡ଼ି ଧାଡ଼ିରେ ଖାଦ୍ୟ ସଂଚୟ ପ୍ରବୃତିରେ ବ୍ୟସ୍ତ! ଦୀର୍ଘ ନିସ୍ୱାଶଟିଏ ଛାଡ଼ି କ୍ଷେତ ହିଡ଼ରେ ବସିପଡ଼ିଲି। ଅପ୍ରମିତ ଫୁଟୁ ଫୁଟିଆ ରଙ୍ଗର ପ୍ରଜାପତି ମଧୁମକ୍ଷି ଉଡ଼ୁଥିଲେ। ଫିରଙ୍ଗୀ ଦି'ଟା ଚତୁର୍ପାର୍ଶ୍ୱରେ ଘୁରିଥିଲେ।

ଚି଼ଇଁ -ଚାଁ ରାବ ଫୁରୁକିନା ମେଞ୍ଚାଏ ପକ୍ଷୀ ଉଡିଗଲେ!

👉କଣ୍ଟିଆଳି ଦର ପୂର୍ବରୁ ସ୍ଥିରୀକୃତ ୧୦ କେଜିକୁ ୪୦ ଟଙ୍କା ମାତ୍ର। ଗଲା ପାଳିରେ କୁକୁମ୍ବର ୫୮୦ କେଜିର ୨୩୨୦ ଟଙ୍କା ପଇସା ପୈଠ କଲେ। ନଗଦୀ ୨୪୯୬ ଟଙ୍କା ହିସାବ। ଦିନର ପରିଦର୍ଶନ ସରି ଆସିଥାଏ ।

👉ପଡ଼ୋଶୀ ଖେତର ଜେନା ଆଂକେଲ କହିଲେ;ପିଲା ସାହୁକାରଙ୍କ କେତେ ଦିନେର ପାଦ ପଡ଼ିଲା! ସେ ମୁଣ୍ଡରେ ପଗଡ଼ି ବାନ୍ଧିଥିଲେ! କେତୋଟି କୁକୁମ୍ବର କାଚୁ କାଚୁ କରି ଖାଇ ଗଲେ। ଅବଶ୍ୟ ବାରଣ ନଥିଲା। ମୁରକି ହସରେ ମୁଣ୍ଡ ନାଡୀ କୁଶଳତା ବୁଝିଲି। କୁକୁମ୍ବର ସମ୍ପୂର୍ଣ୍ଣ ବ୍ୟାଗ। ଭାଗ ଚାଷୀଭାଇ ଖେତରେ କିଛି କୀଟ ନାଶକ ,ଲେଣ୍ଡି ସାର ବୁଣିବାକୁ ଲାଗିଲେ। ତାପରେ, ହିରୋ ହୁଣ୍ଡା ପମ୍ପରୁ ଭକଭକ ଜଳ ନିର୍ଗତ ହେଲା। କଣ୍ଟିଆଳି ମନ୍ଦାରେ ଗୋଟି ଗୋଟି କରି ଭିଜିଲା । ଫୁର୍ତ୍ତି ଲାଗିଲା। ରାତ୍ରରେ ଗୋଟିଏ ନିଦରେ ସକାଳ ପାଇଥିଲା। ପୋଲା ବରଗଛ ଇଟିଲି ଖିଆ ଖଣ୍ଡିଆ ଭୁତ ଜେଜେଙ୍କ କାହାଣୀ ଆଜିଯାଏଁ ସନ୍ଦେହ! କୁକୁମ୍ବର ଶସ୍ୟ ଖେତ ଭ୍ରମଣ ସତ ଯାତ୍ରା ଅବିସ୍ମରଣୀୟ।


ରଚୟିତା - ଦିଲିପ କୁମାର ନାୟକ

Please do check my personalized blog at Traverse & Tale


 
 
 

Comments


© 2023 by Mymintleaf

bottom of page